Dutia Osha Ghantia or Ghanta Tarakari is a special dish mainly prepared in Odisha on the next day of Mulastami. Dutibahana Osha is mainly celebrated by the mothers in Odia households for the long life of their sons. The very next day, they prepare this Ghantia and use to distribute with others.
People use to put almost all vegetables to prepare this Ghantia. Now-a-days
Required Ingredients:
Vegetables:
- Pumpkin: 250 gms
- Potatoes: 200 grams
- Esculent root: 200 grams
- Yam: 2000 grams
- Raw Banana: 2 hrs
- Eggplant: 2 large
- Calabash: 250 gms
- Ripe cucumber: 500 grams
- Koshla or green leafy vegetables: 1 bunch
- Grated coconut
- ଗଜାମୁଗ: ୨୫୦ ଗ୍ରାମ୍
- ଗଜାବୁଟ: ୨୦୦ ଗ୍ରାମ୍
- ଓଉ: ଫଡ଼ାଏ
- କନ୍ଦମୂଳ: ୨ଟା
Adding Flavour:
- Salt: To taste
- Cumin: 2 tsp
- Mustard: 2 tsp
- Dry Chilli: 2 tsp
- Oil: 2 tbsp
- Bay leaf (Tej Patt): 2 or 3
For the dry spices:
- Pepper: 2 tbsp
- Coriander: 2 tbsp
- Fenugreek: 1 tsp
- Cumin: Two spoons
- Cinnamon: 3 pieces
All the fruits are taken in the same amount and cut for this ghant. But not all families are cut equally. Cucumber, water gourd, potato, green onion, green onion etc. should be cut into equal pieces. Cut the saru, potato and khumb potato in the same way. They will peel off the egg and keep it.
Method of preparation:
Preparation for making ghantia has to start from the previous day. Boots and mugs need to be soaked in water for at least 8 hours. When the mug and boot are well mixed, tie it in a string and keep it in a container. After 7/8 hours of wearing the bandage, it is worn. Yes the boot takes a little longer to warm up.
After cutting, wash thoroughly with water. Put two spoons of oil in a large pot over a slow flame and add fresh leaves and a little cumin seeds and first add cucumber, water gourd, potato and jajamug and butter. After some time add other pariva and coconut husk etc. and cook on low flame. If there is no water then you can add 2/3 cup and while cooking it should be stirred in between, otherwise it may stick to the bottom. When the pariva is cooked, add poi/shrimp greens and ooey pieces. Get off after five minutes.
After it is boiled, some dried masala powder will fall out, which you can prepare in Pariva Sijiba. Heat coriander, coriander, fenugreek, cumin, cinnamon etc. in a pan and grind them well in a mortar or mixer grinder.
After the rice is cooked, add oil in a pan and fry the curry and finally add the dry masala and stir well.
Now our ghantia is ready for parsi. Can be eaten hot or cold. It can be eaten with rice, roti or mudri. You can enjoy its unique taste even when eaten raw. If you are preparing food for the day, don't forget to feed others.
ଦୂତୀବାହାନ ଓଷାର ଘାଣ୍ଟ ତରକାରୀରେ ମୁଖ୍ୟତଃ ସବୁ ପ୍ରକାରର ପନିପରିବା ପକାଯାଏ ଓ ଗଜାମୁଗ, ଗଜାବୁଟ, ନଡ଼ିଆ କୋରା ଯାଇ ପଡ଼େ । ଏହାର ସୁଆଦ ଅପୂର୍ବ ଥାଏ ।
ଆବଶ୍ୟକୀୟ ଉପାଦାନ:
ପନିପରିବା:
- ବୋଇତାଳୁ ବା ବୋଇତି କଖାରୁ: ୨୫୦ ଗ୍ରାମ୍
- ଆଳୁ: ୨୦୦ ଗ୍ରାମ୍
- ସାରୁ ୨୦୦ ଗ୍ରାମ୍
- ମାଟି ଆଳୁ (ଖୁମ୍ବ ଆଳୁ): ୨୦୦ ଗ୍ରାମ୍
- କଞ୍ଚା କଦଳୀ: ୨ଟା
- ବାଇଗଣ: ୨ଟା ବଡ଼
- ପାଣି କଖାରୁ: ୨୫୦ ଗ୍ରାମ୍
- ବୁଢ଼ା (ପାକଳ) କାକୁଡ଼ି: ୫୦୦ ଗ୍ରାମ୍
- କୋଶଳା ବା ଖଡ଼ା ଶାଗ: ୧ ବିଡ଼ା
- ପୋଇ (ଥିଲେ): ଦି ଖଣ୍ଡ
- ଗୋଟେ ନଡ଼ିଆର କୋରା
- ଗଜାମୁଗ: ୨୫୦ ଗ୍ରାମ୍
- ଗଜାବୁଟ: ୨୦୦ ଗ୍ରାମ୍
- ଓଉ: ଫଡ଼ାଏ
- କନ୍ଦମୂଳ: ୨ଟା
ବଘାରିବା ପାଇଁ:
- ଲୁଣ: ସ୍ୱାଦ ଅନୁସାରେ
- ଜୀରା: ୨ ଚାମଚ
- ସୋରିଷ: ୨ ଚାମଚ
- ଶୁଖିଲା ଲଙ୍କା: ୨ଟା
- ତେଲ: ୨ ଚାମଚ୍
- ତେଜପତ୍ର: ୨/୩ଟା
ଶୁଖିଲା ମସଲା ପାଇଁ:
- ଗୋଲମରିଚ: ୨ ଚାମଚ
- ଧଣିଆ: ୨ ଚାମଚ
- ମେଥି: ୧ ଚାମଚ
- ଜୀରା: ଦୁଇ ଚାମଚ
- ଡାଲ୍ଚିନି: ଇଞ୍ଚିକିଆ ୩ ଖଣ୍ଡ
ସବୁ ପରିବାକୁ ସମ ପରିମାଣରେ ନେଇ ଏହି ଘାଣ୍ଟ ପାଇଁ କଟାଯାଏ । କିନ୍ତୁ ପରିବା ସବୁ ସମାନ ଆକାରରେ କଟାଯାଏ ନାହିଁ । କାକୁଡ଼ି, ପାଣିକଖାରୁ, ବୋଇତାଳୁ, କଞ୍ଚା କଦଳୀ, ବାଇଗଣ ଆଦିକୁ ଟିକେ ବଡ଼ କରି ସମାନ ଖଣ୍ଡ କରି କାଟିବେ । ସାରୁ, ଆଳୁ, ଖୁମ୍ବ ଆଳୁକୁ ଏକ ପ୍ରକାରେ କାଟିବେ । ଓଉକୁ ଛଡ଼େଇକି ଛେଚିକି ରଖିବେ ।
ପ୍ରସ୍ତୁତି ପ୍ରଣାଳୀ:
ଘାଣ୍ଟିଆ ତିଆରି କରିବା ପାଇଁ ପ୍ରସ୍ତୁତି ପୂର୍ବଦିନରୁ ହିଁ ଆରମ୍ଭ କରିବାକୁ ପଡ଼ିଥାଏ । ବୁଟ ଓ ମୁଗକୁ ଗଜା କରିବାକୁ ହେଲେ ଅତିକମରେ ୮ ଘଣ୍ଟା ପାଣିରେ ବତୁରାଇବାକୁ ହୁଏ । ମୁଗ ଓ ବୁଟ ଭଲ ଭାବରେ ବତୁରିଗଲେ ଗୋଟିଏ କନାରେ ତାକୁ ଛାଣି ହାଲୁକା ଭାବରେ ବାନ୍ଧି ଦେଇ ଗୋଟିଏ ପାତ୍ରରେ ରଖିଦିଅନ୍ତୁ । ବାନ୍ଧିକି ରଖିବାର ୭/୮ ଘଣ୍ଟା ପରେ ଏହା ଗଜା ହୋଇଥାଏ । ହଁ ବୁଟ ଗଜା ହେବା ପାଇଁ ଟିକେ ଅଧିକ ସମୟ ନିଏ ।
ପରିବା କାଟି ସାରିବା ପରେ ପାଣିରେ ଭଲ ଭାବରେ ଧୋଇଦିଅନ୍ତୁ । ଧୀରା ଜାଳ ଦେଇ ଗୋଟିଏ ବଡ଼ ହାଣ୍ଡିରେ ଦୁଇ ଚାମଚ୍ ତେଲ ପକାଇ ତେଜପତ୍ର ପକାନ୍ତୁ ଓ ଜୀରା ଟିକେ ପକାଇ ପ୍ରଥମେ କାକୁଡ଼ି, ପାଣିକଖାରୁ, ଆଳୁ ଓ ଗଜାମୁଗ ଓ ବୁଟକୁ ପକାନ୍ତୁ । କିଛି ସମୟ ପରେ ଅନ୍ୟାନ୍ୟ ପରିବା ଓ ନଡ଼ିଆକୋରା ଆଦି ପକାଇ ଧିମା ଜାଳରେ ସିଝାନ୍ତୁ । ଯଦି ପାଣି ନଥାଏ ତେବେ ୨/୩ କପ୍ ଦେଇପାରିବେ ଆଉ ହଁ ସିଝାଇବା ବେଳେ ମଝିରେ ମଝିରେ ଘାଣ୍ଟୁଥିବେ, ନହେଲେ ତଳୁ ଲାଗିଯାଇପାରେ । ପରିବା ସିଝି ଆସିଲେ ସେଥିରେ ପୋଇ/ଖଡ଼ା ଶାଗ ଓ ଓଉ ଖଣ୍ଡମାନ ପକାନ୍ତୁ । ପାଞ୍ଚ ମିନିଟ୍ ପରେ ଓହ୍ଲେଇ ଦିଅନ୍ତୁ ।
ଘାଣ୍ଟିଆ ହୋଇସାରିବା ପରେ ଏହାକୁ ବଘାରିବା ପରେ କିଛି ଶୁଖିଲା ମସଲା ଗୁଣ୍ଡ ପଡ଼େ, ଯାହାକୁ ଆପଣ ପରିବା ସିଝିବା ଭିତରେ ପ୍ରସ୍ତୁତ କରିପାରିବେ । ଗୋଲମରିଚ, ଧଣିଆଁ, ମେଥି, ଜୀରା, ଡାଲ୍ଚିନି ଆଦିକୁ କଢ଼େଇରେ ଉଷୁମ କରି ଶିଳ କିମ୍ବା ମିକ୍ସର୍ ଗ୍ରାଇଣ୍ଡର୍ରେ ଭଲ ଭାବରେ ଗୁଣ୍ଡ କରିଦିଅନ୍ତୁ ।
ପରିବା ସବୁ ସିଝିଗଲା ପରେ କଢ଼େଇରେ ତେଲ ଫୁଟ ଦେଇ ତରକାରୀକୁ ବଘାରି ଦିଅନ୍ତୁ ଓ ଶେଷରେ ଶୁଖିଲା ମସଲା ଗୁଣ୍ଡ ସବୁକୁ ପକାଇ ଭଲ ଭାବରେ ଘାଣ୍ଟି ଦିଅନ୍ତୁ ।
ଏବେ ଆମର ଘାଣ୍ଟିଆ ପରସିବା ପାଇଁ ପସ୍ତୁତ ହୋଇଯାଇଛି । ଗରମା ଗରମ କିମ୍ବା ଥଣ୍ଡା ଭାବରେ ଖାଇପାରିବେ । ଭାତ ସହିତ, ରୁଟି ସହିତ କିମ୍ବା ମୁଢ଼ି ସହିତ ଏହାକୁ ଖାଇପାରିବେ । ଖାଲି ଖାଇ ମଧ୍ୟ ଏହାର ଅପୂର୍ବ ସ୍ୱାଦକୁ ଅନୁଭବ କରିପାରିବେ । ଯଦି ଦୂତୀଆ ଓଷାର ପରିଦିନ ପ୍ରସ୍ତୁତ କରୁଛନ୍ତି, ତେବେ ଅନ୍ୟମାନଙ୍କୁ ଖୁଆଇବାକୁ ବି ଭୁଲିବେନି ।
Note: The Odia section of this blog is written by Sangram Keshari Senapati with the help of an Odia book by Prasanna Kumari Devi. The big image is taken from Puspita Bhutia and the small is taken from Ajay Kumar Rout. The English blog is not fully written, it's translated using Google Translator.